ଇତିହାସ

ବାଲେଶ୍ୱର ଜିଲ୍ଲା ପ୍ରାଚୀନ କଳିଙ୍ଗର ଅଂଶ ବିଶେଷ ଥିଲା, ଯାହା କି ପରବର୍ତ୍ତୀ ପର୍ଯ୍ୟାୟରେ ରାଜା ମୁକୁନ୍ଦଦେବଙ୍କ ମୃତ୍ୟୁପର୍ଯ୍ୟନ୍ତ ତୋଷକ ବା ଉତ୍କଳର ଏକ କ୍ଷେତ୍ର ଭାବେ ପରିଚିତ ଥିଲା । ୧୫୬୮ ଖ୍ରୀଷ୍ଟାବ୍ଦରେ ମୋଗଲମାନେ ଏହାକୁ ଅଧିକାର କରିଥିଲେ ଏବଂ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ୧୭୫୦-୫୧ପର୍ଯନ୍ତ ଏହା ସେମାନଙ୍କ ଅଧିନରେ ରହିଥିଲା । ଏହା ପରେ ଓଡିଶାର ଏହି ଭାଗକୁ ମରହଟ୍ଟାମାନେ ନିଜ ଅଧିନକୁ ନେଇଥିଲେ ଓ ଏହା ନାଗପୁର ମରହଟ୍ଟା ରାଜାମାନଙ୍କର ଏକ କରଦ ରାଜ୍ୟ ପାଲଟିଥିଲା । ୧୮୦୩ ମସିହାରେ ଦେଓଗାଁ ସନ୍ଧି ସୂତ୍ରରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହାକୁ ଅଧିକାର କରିଥିଲା ଏବଂ ୧୯୧୨ ମସିହା ପର୍ଯ୍ୟନ୍ତ ଏହା ତତ୍କାଳୀନ ବଙ୍ଗ ପ୍ରେସିଡେନ୍ସିରେ ଏକ କ୍ଷେତ୍ର ଭାବେ ପରିଚିତ ଥିଲା । କିନ୍ତୁ ବାଲେଶ୍ୱର ଅଞ୍ଚଳରେ ୧୬୩୪ ମସିହାରେ ପ୍ରଥମ ଇଂରେଜ ବସତି ଆରମ୍ଭ ହୋଇଥିଲା, ଯେତେବେଳେ କି ଶାହାଜାହାନ ଦିଲ୍ଲୀର ସମ୍ରାଟ ଥିଲେ । ୧୬୪୦ ମସିହାରେ ଏଠାରେ ପ୍ରଥମ ଇଂରେଜ କାରଖାନା ସ୍ଥାପିତ ହୋଇଥିଲା । ପ୍ରାଯତଃ ଏହି ସମଯରେ ଡଚ୍ ଏବଂ ଦିନାମାର ବସତି ମଧ୍ୟ ଏଠାରେ ପ୍ରତିଷ୍ଠା ଲାଭ କରିଥିଲା । ଯେତେବେଳେ ସ୍ୱତନ୍ତ୍ର ବିହାର ପ୍ରଦେଶ ଗଠିତ ହେଲା ସେତେବେଳେ ଓଡିଶା ସହିତ ବାଲେଶ୍ୱର ଜିଲ୍ଲା ବଙ୍ଗ ଅଧିନରୁ ବାହାର ପ୍ରଦେଶ ସହିତ ରହିଥିଲା । ୧ ଅପ୍ରେଲ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସହ ବାଲେଶ୍ୱର ଓଡିଶା ରାଜ୍ୟର ଏକ ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ହେଲା । ୧୯୨୧ ମସିହାରେ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନ ପରେ ସ୍ୱାଧୀନତା ଲାଭ ଲାଗି ଜିଲ୍ଲାରେ ଆନ୍ଦୋଳନ ତୀବ୍ରତର ହୋଇଥିଲା । ସେହିପରି ନୀଳଗିରି ରାଜାଙ୍କ ବିରୁଦ୍ଧରେ ପ୍ରଜା ଆନ୍ଦୋଳନ ମୁଣ୍ଡ ଟେକିଥିଲା ।

ଜାନୁୟାରୀ ୧୯୪୮ ମସିହାରେ ନୀଳଗିରି ଗଡଜାତର ଓଡିଶା ସହିତ ମିଶ୍ରଣ ଘଟିଥିଲା ଏବଂ ଏହା ବାଲେଶ୍ୱର ଜିଲ୍ଲାର ଏକ ଅଂଶ ପାଲଟିଥିଲା । ୧୯୯୩ ଏପ୍ରିଲ ୩ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଅଧିନସ୍ଥ ଭଦ୍ରକ ସବଡିଭିଜନ ଏକ ନୂତନ ଜିଲ୍ଲା ଭାବେ ଆତ୍ମପ୍ରକାଶ କରିଥିଲା । ବାଲେଶ୍ୱର ଏବେ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା, ଯେଉଁଠାରେ ୨ ଟି ସବ ଡିଭିଜନ, ବାଲେଶ୍ୱର ଓ ନୀଳଗିରି, ୧୨ ଟି ତହସିଲ, ବାଲେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ନୀଳଗିରି, ସିମୁଳିଆ, ସୋର, ବାହାନଗା, ରେମୁଣା, ଖଇରା ଏବଂ ଔପଦା ତଥା ୧୨ ଟି ବ୍ଲକ ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ଔପଦା, ଖଇରା, ସୋର ଓ ବାହାନଗା ରହିଛି । ଏହି ଜିଲ୍ଲାର ନାମ ଏହାର ମୁଖ୍ୟ ସହରର ନାମରୁ ବ୍ୟୁତ୍ପତ୍ତି ହୋଇଛି ଯାହା କି ପ୍ରାଚୀନ ଏବଂ ମହତ୍ତ୍ୱପୂର୍ଣ୍ଣ । ସେହିପରି “ବାଲାସୋର” ନାମଟି ପାର୍ସୀ ଶବ୍ଦ ବାଲା-ଇ-ସୋରରୁ ଆସିଛି ଯାହାର ଅର୍ଥ ହେଉଛି ସମୁଦ୍ର ମଧ୍ୟରେ ସହର । ଐତିହାସିକ ପ୍ରବାଦରୁ ଜଣାଯାଏ, ଏହି ଜିଲ୍ଲାର ନାମ ପ୍ରଭୁ ବାଣେଶ୍ୱର ( ପ୍ରଭୁ ଶିବ) ଙ୍କ ନାମାନୁଯାୟୀ ଯାହା କି ପରବର୍ତ୍ତୀ ସମୟରେ ମୋଗଲ ଶାସନ କାଳରେ “ବାଲାସୋର” କୁ ରୂପାନ୍ତରିତ ହୋଇଥିଲା ।

ବାଲେଶ୍ୱର ବିଭିନ୍ନ ସଂସ୍କୃତି ଏବଂ ସଭ୍ୟତାର ଏକ ମିଳନସ୍ଥଳୀ ଯେଉଁମାନେ ଏଠାରେ ବିଭିନ୍ନ ସମୟରେ ବସତି ଏବଂ ଉପନିବେଶ ସ୍ଥାପନ କରିଥିଲେ । ବାଲେଶ୍ୱର ପ୍ରାଚୀନ କଳିଙ୍ଗର ଏକ ଅଂଶବିଶେଷ ଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମୁକୁନ୍ଦତେବଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତୋଷଳ ବା ଉତ୍କଳ ରାଜ୍ୟର ଅଧିନରେ ଥିଲା । ଅତ୍ୟନ୍ତ କମ ସମୟ ବ୍ୟବଧାନରେ ବହୁ ରାଜବଂଶ ଏବଂ ଶାସକଗୋଷ୍ଠୀ ଏହାର ବକ୍ଷରେ ରାଜତ୍ୱ କରିଥିବା ପ୍ରମାଣ ବହନ କରେ ବାଲେଶ୍ୱରର ଇତିହାସ । ପୂରା ଜିଲ୍ଲାରେ ପ୍ରଭୁତ୍ୱ ଜାହିର କରିବା ପାଇଁ ଏଠାରେ ବହୁ ସମୟରେ ବିଭିନ୍ନ ଶାସକମାନଙ୍କ ମଧ୍ୟରେ ଲଗାତାର ବିବାଦ ଲାଗି ରହୁଥିଲା । ଯେତେବେଳେ ନିଜ ରାଜ୍ୟକୁ ନିଜ କର୍ତ୍ତୃତ୍ୱରେ ରଖିବା ଲାଗି ଦେଶୀୟ ହିନ୍ଦୁ ରାଜାମାନଙ୍କର କ୍ଷମତା ହ୍ରାସ ପାଇବାରେ ଲାଗିଲା, ସେତେବେଳେ ଏହି କ୍ଷେତ୍ର ମୋଗଲ ଏବଂ ମରହଟ୍ଟାମାନଙ୍କ ହାତକୁ ଚାଲିଯାଇଥିଲା । ଶେଷରେ ଭାରତରେ ଇଂରେଜ ଅଭିଯାନ ସମଯରେ ବ୍ରିଟିଶମାନେ ସମ୍ପୂର୍ଣ୍ଣ ରାଜନୈତିକ କ୍ଷମତା ହାସଲ କରିପାରିଥିଲେ ।

ଜିଲ୍ଲାର କେତେକ ପ୍ରମୁଖ କୀର୍ତ୍ତିରାଜି ମଧ୍ୟରେ ଅଯୋଧ୍ୟାଠାରେ ଥିବା ପ୍ରାଚୀନ ସ୍ଥାପତ୍ୟକଳା ଏବଂ କୁପାରୀଠାରେ ଥିବା ପୁରାତନ ଭଗ୍ନ ବୌଦ୍ଧ ମଠ ଏବଂ ମନ୍ଦିର, ରାଇବଣିଆ ଜୟଚଣ୍ଡୀ ଜଙ୍ଗଲ ମଧ୍ୟରେ ଥିବା ଭଗ୍ନ ଦୂର୍ଗ ପ୍ରଭୃତି । ଜିଲ୍ଲାର ପ୍ରମୁଖ ଧାର୍ମିକ ପୀଠ ମଧ୍ୟରେ ବାବା ଚନ୍ଦନେଶ୍ୱର ପୀଠ ବହୁ ଗୁରୁତ୍ୱ ବହନ କରେ ।