ଜିଲ୍ଲା ସଂସ୍କୃତି କାର୍ଯ୍ୟ।ଳୟ
ବାଲେଶ୍ଵରରେ ଅଫିସର କାର୍ଯ୍ୟ।ରମ୍ଭ :
ଜିଲ୍ଲା ସଂସ୍କୃତି କାର୍ଯ୍ୟ।ଳୟ, ବାଲେଶ୍ଵର ୧୯୭୮ ମସିହାରୁ ଜିଲ୍ଲାପାଳଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ଚାଲୁ ଅଛି ।
ବିଭାଗର କାର୍ଯ୍ୟକ୍ରମ:
- ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଓ ତତ୍ଵାବଧାନରେ ଜିଲ୍ଲାର ବିଭିନ୍ନ ସଂସ୍କୃତି ସହ ଜଡିତ କାର୍ଯ୍ୟକ୍ରମର ତଦାରଖ କରାଯାଏ।
- ଏହା କେନ୍ଦ୍ର ଓ ରାଜ୍ୟରେ ଥିବା ଏକାଡ଼େମୀ, ସଂସ୍କୃତିକ ଅନୁଷ୍ଠାନ ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିଥାଏ।
- ଏହା କଳାକାର ଭତ୍ତା, ସଂ।ସ୍କୃତିକ ଅନୁଷ୍ଠାନ ଗୁଡିକୁ ଅନୁଦାନ, ଆର॰ଆର॰ଆର॰ଏଲ॰ଏଫ ଯୋଜନାରେ ପାଠାଗାର ସହାୟତା/ ସାଧାରାଣ ଗ୍ରନ୍ଥାଗର ଗୁଡିକୁ ଅନୁଦାନ ପ୍ରଦାନ, ଖ୍ୟାତିସମ୍ପନ୍ନ ଲେଖକଙ୍କ ପୁସ୍ତକ ପ୍ରକାଶନ ପାଇଁ ସୁପାରିଶ କରିବା କାର୍ଯ୍ୟ କରିଥାଏ । ଏଥିସହ ଜିଲ୍ଲାର ପ୍ରସିଦ୍ଧ କଳାକାର ଓ ସାହିତ୍ୟିକ ମାନଙ୍କୁ ଏକାଡ଼େମୀ ଏବଂ ସରକାରଙ୍କ ଦ୍ଵାରା ପୁରସ୍କୃତ କରିବା ପାଇଁ ସୁପାରିଶ କରିଥାଏ ।
- ଜିଲ୍ଲାରେ ସଂ।ସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା, ମେଳା, ମହୋତ୍ସବ ଏବଂ ସରକାର/ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥାଏ।
- ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକର ଜିଲ୍ଲାରେ ସଫଳ ରୂପାୟନ ପାଇଁ କାର୍ଯ୍ୟ କରିଥାଏ।
- ଅନୁଦାନ ପ୍ରାପ୍ତ ସଂ।ସ୍କୃତିକ ଅନୁଷ୍ଠାନ ଓ ଗ୍ରନ୍ଥ।ଗାରଗୁଡିକର କାର୍ଯ୍ୟକଳାପର ସମୀକ୍ଷା କରିଥାଏ।
- ଜିଲ୍ଲା ପାଠାଗାର ଓ ଜିଲ୍ଲା ସଂଗ୍ରହାଳୟର କାର୍ଯ୍ୟକଳାପର ତଦାରଖ କରିଥାଏ।
କାର୍ଯ୍ୟ।ଳୟର ପଦାନୁକ୍ରମ:
କ୍ର॰ସ | ପଦବୀର ନାମ | ଗ୍ରୁପ | କାର୍ଯ୍ୟରତ କର୍ମଚାରୀ |
---|---|---|---|
୦୧ | ଜିଲ୍ଲା ସଂସ୍କୃତି ଅଧିକାରୀ | ବି | ୦୧ |
୦୨ | ପାଠାଗାର ସହାୟକ, ଜିଲ୍ଲା ପାଠାଗାର, ବାଲେଶ୍ଵର | ସି | ୦୧ |
୦୩ | ପାଠାଗାର ପରିଚାରକ, ଜିଲ୍ଲା ପାଠାଗାର, ବାଲେଶ୍ଵର | ଡ଼ି | – |
୦୪ | ଝାଡୁଦାର-ତଥା-ରାତ୍ର ଜଗୁଆଳ, ଜିଲ୍ଲା ପାଠାଗାର, ବାଲେଶ୍ଵର | ଡ଼ି | – |
୦୫ | ପିଅନ, ଶାଖା ସଂଗ୍ରହାଳୟ, ବାଲେଶ୍ଵର | ଡ଼ି | ୦୧ |
୦୬ | ଚୌକିଦାର, ଶାଖା ସଂଗ୍ରହାଳୟ, ବାଲେଶ୍ଵର | ଡ଼ି | ୦୧ |
ସରକାରଙ୍କ ରୂପାଯିତ ୟୋଜନାର ନାମ:
- ଭାଗବତ ଟୁଙ୍ଗୀର ପୁନରଊତ୍ଥାନ ନିମନ୍ତେ ଆର୍ଥିକ ସହାୟତା
- ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା
- ପାରମ୍ପ୍ପାରିକ କଳା ଓ ସଂସ୍କୃତି ମହାସଙ୍ଘର ସ୍ଥାପନା ଏବଂ
- ବ୍ଲକ କଳା ସଂସ୍କୃତି ସଂଘ
- ଜିଲ୍ଲା କଳା ସଂସ୍କୃତି ସଂଘ
- ନଗର କଳା ସଂସ୍କୃତି ସଂଘ କୁ ପ୍ରୋତ୍ସାହନ ଯୋଗାଇବା
ସ୍ଥାନୀୟ ଲୋକକଳା ଶୈଳୀ:
୧ )ପାଲା ୨) ଦ।ସକାଠିଆ ୩)ଚଢେୟା ନାଟ ୪)ଦଧି ନାଟ ୫)ସଂକୀର୍ତ୍ତନ ୬) ଘୋଡା ନାଚ ୭) ଆଦିବାସୀ ନୃତ୍ୟ ୮) ମନସା ପାଲା ୯)ଷଷ୍ଠୀ ପାଲା ୧୦) ଛଉ ୧୧) ପିତୁଳା ନାଚ ୧୨) କେଳା କେଳୁଣୀ ୧୩) ପାଇକ ଆଖଡା
ଜନ ସୂଚନା ଅଧିକାରୀଙ୍କ ନାମ :
ମନସ୍ଵିନୀ ରାଉତ, ଜିଲ୍ଲା ସଂସ୍କୃତି ଅଧିକାରୀ, ବାଲେଶ୍ଵର
ବିଭାଗର ଅନ୍ୟ ଶାଖା:
- ଜିଲ୍ଲା ପାଠାଗାର, ବାଲେଶ୍ଵର:ବ୍ୟାସକବି ଫକୀରମୋହନଙ୍କ ଶାନ୍ତିକାନନ, ମଲ୍ଲିକାଶପୁର ସ୍ଥିତ ବାସଭବନରେ ବର୍ତମାନ ଜିଲ୍ଲା ପାଠାଗାର ଚାଲୁଅଛି । ଏଠାରେ ସର୍ବମୋଟ ୨୬୦୦୦ ଖଣ୍ଡ ପୁସ୍ତକ ଗଚ୍ଛିତ ଅଛି ।
- ଜିଲ୍ଲା ସଂଗ୍ରହାଳୟ, ବାଲେଶ୍ଵର:ଜିଲ୍ଲା ପାଠାଗାର ସହ ସମାନ ଗୃହରେ ଜିଲ୍ଲା ସଂଗ୍ରହାଳୟ ଚାଲୁଅଛି । ଏଠାରେ ୧୮ଟି ପ୍ରାଚୀନ କରୁକୃତି ଅଂଶବିଶେଷ ପ୍ରଦର୍ଶନ କରାଯାଇଛି ।
- ଜିଲ୍ଲା ସଂସ୍କୃତି ଭବନ, ବାଲେଶ୍ଵର:ଜିଲ୍ଲା ସଂସ୍କୃତି କାର୍ଯ୍ୟ।ଳୟ ଅଧୀନରେ, ଶାନ୍ତିକାନନ ଠାରେ ଏକ ସଂସ୍କୃତି ଭବନ ନିର୍ମାଣ କରାଯାଇଛି । ଏଠାରେ କଳା ସଂସ୍କୃତିର ବିକାଶ ଦିଗରେ ତଥା ଯୁବ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ସଭା ସମିତି, ଆଲୋଚନା ଚକ୍ର , କର୍ମଶାଳା ଓ ଶିବିର ଆୟୋଜନ କରାଯାଇଥ।ଏ ।