କ୍ଷୀରଚୋରା ଗୋପିନାଥ

ପ୍ରସିଦ୍ଦ ବୈଷ୍ଣବ ପୀଠ ତଥା ରେମୁଣା ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ଶ୍ରୀ ଶ୍ରୀ କ୍ଷୀରଚୋରା ଗୋପିନାଥ ଏବଂ ନିକଟସ୍ଥ ଅନ୍ୟ ପ୍ରସିଦ୍ଧ ୪ଟି ସ୍ଥାନ ପର୍ଯ୍ୟଟନନସ୍ଥଳ ଭାବେ ପରିଚିତ । କ୍ଷୀରଚୋରା ଗୋପୀନାଥ ବାଲେଶ୍ଵର ରେଳ ଷ୍ଟେସନ ଠାରୁ ୮ କିମି ଏବଂ ବସ ଷ୍ଟାଣ୍ଡ ଠାରୁ ପ୍ରାୟ ୭କିମି ଦୂରତାରେ ଅବସ୍ଥିତ । ଏହି ସ୍ଥାନ ନିକଟରେ ଅନ୍ୟ ପର୍ଯଟନ ସ୍ଥଳୀ ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ର ପୁରୀଙ୍କ ସମାଧି ପୀଠ,ବନବାସ ସମୟରେ ପ୍ରଭୁ ରାମଚନ୍ଦ୍ର ଅବସ୍ଥାନ କରିଥିବା ଚଣ୍ଡିହାଟ ,ରାମଚନ୍ଦ୍ରଙ୍କ ଦ୍ୱାରା ୭ଟି ଶରରେ ସୃଷ୍ଟି କରାଯାଇଥିବା ଜଳସ୍ରୋତ “ସପ୍ତଧାରା” ନାମରେ ଏଠାରେ ପ୍ରସିଦ୍ଧ ଲାଭ କରିଛି । ଏହାର ଅନତି ଦୂରରେ ରହିଛି ଗାର୍ଗିମୁନିଙ୍କ ଦ୍ୱାରା ପ୍ରତିଷ୍ଟ ଗ।ର୍ଗେଶ୍ଵର ଶୈବ ପୀଠ । ପ୍ରାୟ ୧କିମି ୫୦୦ମି ଦୂରରେ ରହିଛନ୍ତି ମା ଅଷ୍ଟଭୁଜା କନକ ଦୂର୍ଗା ମନ୍ଦିର । ଏଠାରେ ଥିବା ଦୂର୍ଗା ପ୍ରତିମା ୧୮ଟି ହସ୍ତଯୁକ୍ତ ଯାହା କିମ୍ବଦନ୍ତୀ ପ୍ରକାରରେ ବିରଳ ଅଟେ ।

ଫଟୋ ଗାଲେରୀ

  • କ୍ଷୀରଚୋରା ଗୋପିନାଥ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନବନ୍ଦର ଭୂବନେଶ୍ୱର ଅଟେ. ଆକାଶପଥରେ ଭୁବନେଶ୍ୱର ପହଞ୍ଚି ସେଠାରୁ ସଡକପଥରେ ଭାୟା ଚଣ୍ଡିଖୋଲ , ଭଦ୍ରକ,ବାଲେଶ୍ୱର ହୋଇ ରେମୁଣାରେ ପହଞ୍ଚିପାରିବେ

ରେଳଗାଡ଼ିରେ

ନିକଟତମ ବିମାନ ବନ୍ଦର ଭୁବନେଶ୍ୱର ଅଟେ । ଏହା ରେମୁଣା ଠାରୁ ୨୨୦ କି.ମି ଦୂରତା ରେ ଅବସ୍ଥିତ ।

ସଡ଼କ ପଥରେ

ନିକଟତମ ରେଳ ଷ୍ଟେସନ ବାଲେଶ୍ୱର (୧୦ କି.ମି ) ।