ଚାନ୍ଦିପୁର
ଚାନ୍ଦିପୁର ବେଳାଭୂମି ର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି ଯାହା ଆମ ଦେଶ ରେ ବିରଳ । ଏଠାରେ ସମୁଦ୍ର ଜଳରାଶି ନିୟମିତ ଭାବେ ଦିନକୁ ଦୁଇ ଥର କୂଳ ରୁ ଧୀରେ ଧୀରେ ଅପସରି ଯାଏ ଓ ପୁନଶ୍ଚ କିଛି ସମୟ ଅନ୍ତରାଳରେ କୂଳ କୁ ଆଗମନ କରିଥାଏ । ଜଳର ଏହି ଲୁଚକାଳି ଖେଳ ସମୁଦ୍ର କୂଳ ରୁ ପାଖାପାଖି ୫ କି.ମି ଦୂରତା ମଧ୍ୟରେ ହୋଇଥାଏ । ଫଳରେ ପର୍ଯ୍ୟଟକ ମାନେ ପାଣି ନ ଥିବା ସମୟରେ ସମୁଦ୍ର ମଧ୍ୟରେ ଚାଲି ଚାଲି ବୁଲିବାର ମଜା ନେଇଥାନ୍ତି ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର ଭୁବନେଶ୍ୱର ପ୍ରାୟ ୨୨୬ କି.ମି ଦୂରତା ରେ ଅବସ୍ଥିତ ।
ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ ବାଲେଶ୍ୱର (୧୬ କି.ମି.) ।
ସଡ଼କ ପଥରେ
ନିୟମିତ ଭାବେ ବାଲେଶ୍ୱର(୧୬ କିମି )ରୁ ସଡ଼କପଥ ରେ ଚାନ୍ଦିପୁର କୁ ବସ କିମ୍ବା ଅଟୋରିକ୍ସା ଚଳାଚଳ କରେ ।